Site icon ଆଜିକାଲି

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

Electrical spark between two wires

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ମା’, ପୁଅ ଓ ଦିଅରଙ୍କ ମୃତ୍ୟୁ। ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଇବାକୁ ଯାଇଥିବା ବେଳେ ମା’ ସୁକାନ୍ତି ବେହେରା ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ପୁଅ ସୋହନ ବେହେରା ଓ ଦିଅର ସୁଶୀଲ ବେହେରାଙ୍କ ଜୀବନ ଚାଲିଯାଇଛି।

ସୂଚନା ଯେ, ସୁକାନ୍ତି ବେହେରା ସକାଳେ ଗାଧୋଇବା ପରେ ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଇବାକୁ ଯାଇଥିଲେ। ତେବେ ତାରଟି ବିଦ୍ୟୁତ ସଂଯୋଗରେ ଆସିଥିବା ସେ ଜାଣିନଥିଲେ। ତାରରେ ଓଦା ଲୁଗା ପକାଇବା ମାତ୍ରେ ସେ ଲାଖି ଯାଇଥିଲେ। ସେହି ସମୟରେ ସେଠାରେ ଥିବା ଦିଅର ସୁଶୀଲ ବେହେରା ଭାଉଜକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବି ବିଦ୍ୟୁତ ସଂସ୍ପର୍ଶରେ ଆସି ତାରରେ ଲାଗି ଯାଇଥିଲେ। ପରେ ସୁକାନ୍ତିଙ୍କ ପୁଅ ସୋହନ ବେହେରା ମା’ ଓ ଦାଦାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ତାରରେ ଲାଖି ଯାଇଥିଲେ। ପରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Exit mobile version