Site icon ଆଜିକାଲି

ସୁକମାରେ ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ଶହୀଦ୍‌‌

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ଶନିବାର ତଲାସି ଅଭିଯାନ ବେଳେ ନକ୍ସଲଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ । ନକ୍ସଲଙ୍କ ଗୁଳିରେ ଶହୀଦ ହେଲେ ୩ ସୁରକ୍ଷାକର୍ମୀ । ଶହୀଦ ୩ ଜଣ ଡିଆରଜି ଅଧିକାରୀ ବୋଲି ଜଣାପଡ଼ିଛି ।

ସୁକୁମା ଜିଲା ଜଗୁରକଣ୍ଡ ଥାନା ଅନ୍ତର୍ଗତ କୁଣ୍ଡେଡ ଜଙ୍ଗଲରେ ମାଓବାଦୀଙ୍କ ଏକ ଶିବିର ଥିବା ଖବର ପାଇ ଡିଆରଜି ଯବାନ ମାନେ କୁମ୍ବିଂ ଅପରେଶନରେ ଯିବା ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ଶହୀଦ୍‌‌ ହୋଇଥିଲେ। ସେମାନେ ହେଲେ ଏଏସଆଇ ରାମୁ ରାମ ନାଗ, ହାବିଲଦାର ଗଞ୍ଜାମ ଭିମା ଓ କୁଞ୍ଜମ୍ ଯୋଗା। ଏହି ଘଟଣା ପରେ ବିଏସଏଫ୍ ଓ ପୋଲିସର ଏକ ସ୍ବତନ୍ତ୍ର ଦଳ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ୨ଟି ଏକେ ୪୭ ରାଇଫଲ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ।

Exit mobile version