Site icon ଆଜିକାଲି

ରାଜ୍ୟରେ ୩ ହଜାର ୭୮୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୭୮୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,୨୭ ହଜାର ୭୫୯ ସାମ୍ପୁଲ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୭୮୮ ଆକ୍ରାନ୍ତ । ଖୋର୍ଦ୍ଧାରେ ସର୍ବାଧିକ ୨,୧୩୮ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କୋରାପୁଟ ଜିଲ୍ଲାରେ ୩୫୯, ରାୟଗଡ଼ାରେ ୩୨୧, ମାଲକାନଗିରିରେ ୨୩୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୨୧ରେ ୩ ହଜାର ୮୯୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ହଜାର ୮୩୮ ସାମ୍ପୁଲ୍ ଟେଷ୍ଟ ହୋଇଥିଲା । ଗତବର୍ଷ ତୁଳନାରେ ପଜିଟିଭ ହାର କମିଥିବା ବେଳେ ଦୈନିକ ସଂକ୍ରମଣ ବି କମିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Exit mobile version