Site icon ଆଜିକାଲି

ଗାଧୋଇବାକୁ ଯାଇ କେନାଲରେ ଭାସିଯାଇ ୩ ନିଖୋଜ

ଜଗତପୁର : ଜଗତପୁର ଅନ୍ଧାରୀ ବାଦୁଡ଼ି ତୋଟା ନିକଟରେ ଅଘଟଣ । ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଯୁବକ ନିଖୋଜ । ଖବର ପାଇ ଜଗତପୁର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରୁଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିନାହିଁ ।

ଗତ ବୁଧବାର ବିଳମ୍ବିତ ରାତିରେ ଚୌଦ୍ଵାର ରୁପଯାତ୍ରା ଭସାଣୀ ଦେଖିସାରି ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ । ଗାଧୋଉ ଥିବାବେଳେ ହଠାତ୍ ୪ ଜଣ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପହଁରି ପହଁରି କୂଳକୁ ଫେରି ଆସିଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ଅଛନ୍ତି । ନିଖୋଜ ୩ ଜଣଙ୍କ ମଧ୍ୟରେ ୨ ଜଣ କଟକ ଚାଉଳିଆଗଞ୍ଜ ଓ ଜଣେ ଚୌଦ୍ୱାର ଅଞ୍ଚଳର ବୋଲି ଜଣାପଡିଛି । ଗୁରୁବାର ସକାଳୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଗତପୁର ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

Exit mobile version