Site icon ଆଜିକାଲି

ରାଜ୍ୟ କ୍ୟାବିନେଟ୍‌ରେ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ବୈଠକରେ ମୋଟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ସବୁ ପ୍ରସ୍ତାବ ମଧ୍ୟରେ ଜଳସମ୍ପଦ ବିଭାଗର ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବୈତରଣୀ ନଦୀରେ ୨ଟି ବ୍ୟାରେଜ ନିର୍ମାଣକୁ କ୍ୟାବିନେଟ ମୋହର । ୨ଶହ କୋଟି ବ୍ୟୟରେ ହେବ ୨ଟି ବ୍ୟାରେଜ; ବନ୍ୟା ନିୟନ୍ତ୍ରଣ ବି ହେବ । ଭଦ୍ରକ ଧାମନଗର ଓ ଯାଜପୁର ଦଶରଥପୁର ବ୍ଲକ ଲୋକେ ଉପକୃତ ହେବେ । ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ଭୂତଳ ଜଳଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ । ୬୩୪କୋଟି ବ୍ୟୟହେବ, ୧୩ହଜାର ହେକ୍ଟର ଜମି ଜଳସେଚିତ ହେବ ।

କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ବୈଠକରେ ୧୬ଟି ବିଭାଗର ୩୩ଟି ପ୍ରସ୍ତାବ ଉପରେ ଆଲୋଚନା ପରେ ମଞ୍ଜୁର ପ୍ରଦାନ କରାଯାଇଥିଲା । ଏହି ତାଲିକାରେ ପଂଚାୟତିରାଜ ଓ ପାନୀୟଜଳ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଜଟଣୀ ତହସିଲର ଜାମୁକୋଳିରେ ହେବ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ ୫ ଏକର ଜମି । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଏହାସହିତ ୮୭୫କୋଟିର ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ମିଳିଛି ମଞ୍ଜୁରୀ । କୋଭିଡ ମହାମାରୀ ପାଇଁ ମନ୍ତ୍ରିସ୍ତରୀୟ କମିଟିର ନିଷ୍ପତି ଉପରେ ମୋହର ମରାଯାଇଛି । ରାଜ୍ୟର ଶିଳ୍ପାନୁଷ୍ଠାନକୁ ଚୂନ ପଥର ଯୋଗାଣ ଏଣିକି ସୁନିଶ୍ଚିତ ହେବ । ଏହି ଚୁନ ପଥର ଓଏମସି ଜରିଆରେ ଯୋଗାଇ ଦିଆଯିବ । ସ୍ୱେଚ୍ଛାକୃତ ଅବସର ପରେ ଆଇଆରଟିଏସ ଅଫିସର ମନୋଜ ମିଶ୍ରଙ୍କୁ ମିଳିବ ଚୁକ୍ତିଭିତିକ ନିଯୁକ୍ତି । ସେହି ପଦବୀରେ ରାଜ୍ୟ ସରକାର ଦେବେ ନିଯୁକ୍ତି । ସେହିପରି ୯ଟି ମେଗା ଲିଫ୍ଟ ପ୍ରୋଜେକ୍ଟକୁ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ । ୩୬ ମାସ ଭିତରେ କାର୍ଯ୍ୟକ୍ଷମ ହେବ ଏହି ପ୍ରକଳ୍ପ । ସେହିପରି ୧୪ଟି ମେଗା ଲିଫ୍ଟ ପ୍ରୋଜେକ୍ଟ କେନ୍ଦୁଝର ଜିଲ୍ଲାରେ ହେବ । ୧୭ ହଜାର ହେକ୍ଟର ଜମି ଜଳସେଚିତ ହେବ । ୟେଉଁ କମ୍ପାନୀ ଏହି ଟେଣ୍ଡର ନେବ ତାହାକୁ ୧୫ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ନେବେ ବୋଲି କୁହାଯାଇଛି । ପୂର୍ତ ବିଭାଗ ପକ୍ଷରୁ ଦୁଇଟି ପ୍ରସ୍ତାବକୁ ମୋହର ମରାଯାଇଛି । ସୁବର୍ଣ୍ଣପୁର -ବିନିକା ରାସ୍ତାକୁ ଉନ୍ନତିକରଣ କରିବା କାର୍ଯ୍ୟକୁ ଅନୁମୋଦନ ଦିଆଯାଇଛି । ଭୁବନେଶ୍ୱରରେ ବିଧାୟକଙ୍କ ନିମନ୍ତେ ଗୃହ ନିର୍ମାଣ ପାଇଁ ମଧ୍ୟ ଯେଉଁ ପ୍ରସ୍ତାବ ଦିଆଯାଇଥିଲା, ତାହାକୁ ଅନୁମୋଦନ ମାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସ୍ପର୍ଟସ ହଷ୍ଟେଲରେ ପଢୁଥିବା ପିଲାମାନଙ୍କ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ୧୫ ପ୍ରତିଶ ଆସନ ସରକ୍ଷଂଣ ବ୍ୟବସ୍ଥା କରାଯାଇଛି । ଯଦ୍ୱାରା ଖେଳ ପ୍ରତି ପିଲାମାନଙ୍କ ଇଛାଶକ୍ତି ବୃଦ୍ଧି ଘଟିବ ବୋଲି କୁହାଯାଇଛି ।

Exit mobile version