କଟକ : ରାଜ୍ୟ ସରକାର ଆଜି ୩୬ଜଣ ବରିଷ୍ଠ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୪୭ଜଣଙ୍କୁ ହାଇକୋର୍ଟରେ ‘ଷ୍ଟାଣ୍ଡିଂ କାଉନସେଲ’ ଭାବେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅବସ୍ଥାପିତ କରାଯାଇଛି । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଜୁନ୍ ୧୨ତାରିଖରେ ଶପଥ ନେବାର ପ୍ରାୟ ୪୦ଦିନ ପରେ ଜୁଲାଇ ୧୯ତାରିଖରେ ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ୍ ଜେନେରାଲ(ଏଜି) ଭାବେ ନିଯୁକ୍ତି ଦେଇଥିଲେ । ଆଉ ଏଜିଙ୍କ ନିଯୁକ୍ତିର ପ୍ରାୟ ୩ମାସ ପରେ ଅର୍ଥାତ୍ ଆଜି ରାଜ୍ୟ ସରକାର ଏହି ୩୬ଜଣ ବରିଷ୍ଠ ଓକିଲଙ୍କୁ ‘ଗଭର୍ଣ୍ଣମେଂଟ ଆଡଭୋକେଟ୍ ବା ସରକାରୀ ଓକିଲ’ ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି । ଏହି ଓକିଲମାନେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଲ’ ଅଫିସର ଭାବେ ବିଭିନ୍ନ ମାମଲାରେ ପକ୍ଷ ରଖିବେ ଓ ଏଜିଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।
October 31, 2024
0 Comment
5 Views
ହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ଜଣ ସରକାରୀ ଓକିଲ
by Editor
କଟକ : ରାଜ୍ୟ ସରକାର ଆଜି ୩୬ଜଣ ବରିଷ୍ଠ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୪୭ଜଣଙ୍କୁ ହାଇକୋର୍ଟରେ ‘ଷ୍ଟାଣ୍ଡିଂ କାଉନସେଲ’ ଭାବେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅବସ୍ଥାପିତ କରାଯାଇଛି । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଜୁନ୍ ୧୨ତାରିଖରେ ଶପଥ ନେବାର ପ୍ରାୟ ୪୦ଦିନ ପରେ ଜୁଲାଇ ୧୯ତାରିଖରେ ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ୍ ଜେନେରାଲ(ଏଜି) ଭାବେ ନିଯୁକ୍ତି ଦେଇଥିଲେ... Read More