Site icon ଆଜିକାଲି

ରାଜ୍ୟରେ ୩୯୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୩୯୩ କୋରୋନା ପଜିଟିଭ। ଏଥିସହିତ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୮୬କୁ ବୃଦ୍ଧି ପାଇଛି । ଦିନକରେ ୩୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଦୈନିକ ସଂକ୍ରମଣ ୪ ଶହ ତଳକୁ ରହିଛି। ଏଣେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ହସ୍ପିଟାଲରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଡ୍ୟୁଟିରେ ଥିବାବେଳେ ସେମାନେ ମାସ୍କ ପିନ୍ଧିବେ ।

Exit mobile version