Site icon ଆଜିକାଲି

ଯୁକ୍ତ୨ ବଳକା ସିଟ୍ ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଯୁକ୍ତ୨ ବଳକା ସିଟରେ ନାମଲେଖା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ୨୦୬୬ଟି ଜୁନିୟର କଲେଜ ରହିଛି। ସିଟ୍ ଖାଲି ପଡ଼ିଥିବାରୁ ପୁଣିଥରେ ନାମଲେଖା ପାଇଁ ନିଷ୍ପତ୍ତି ନିଆଯାଇଛି।

ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଆଜି ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଫର୍ମ ଉପଲବ୍ଧ ହେବ। ଅନଲାଇନରେ ଆବେଦନର ଶେଷ ତାରିଖ ନଭେମ୍ବର ୧୫ ଧାର୍ଯ୍ୟ ହୋଇଛି। ୧୮ରେ ମେଧା ତାଲିକା ପ୍ରକାଶ ପାଇବ। ୧୮ତାରିଖ ଦିନ ୨ଟାରୁ ନାମଲେଖା ଆରମ୍ଭ ହୋଇ ୨୧ତାରିଖ ଅପରାହ୍ଣ ୩ଟାରେ ଶେଷ ହେବ। ସେହିପରି ୱେଟିଂ ନାମ ପଞ୍ଜିକରଣ ପ୍ରକ୍ରିୟା ୨୧ତାରିଖ ଅପରାହ୍ଣ ୩ଟା୩୦ରୁ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ଯେଉଁ ଛାତ୍ରଛାତ୍ରୀ ୱେଟିଂ ତାଲିକାରେ ରହିବେ ସେମାନଙ୍କ ଲାଗି ନାମଲେଖା ପ୍ରକ୍ରିୟା ନଭେମ୍ବର ୨୩ ଏବଂ ୨୪ ଦୁଇଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Exit mobile version