Site icon ଆଜିକାଲି

ହୀରାକୁଦକୁ ଆସୁଛି ୪.୭୫ ଲକ୍ଷ କ୍ୟୁସେକ, ପୁଣି ୫ ଗେଟ ଖୋଲିଲା

ସମ୍ବଲପୁର : ତଳମୁଣ୍ଡରେ ବନ୍ୟା ପରିସ୍ଥିତି ବେଳେ ଉପରମୁଣ୍ଡରେ ବି ପ୍ରବଳ ବର୍ଷା ହୋଇଛି। ଫଳରେ ଗତକାଲି ଠାରୁ ହୀରାକୁଦକୁ ବ୍ୟାପକ ମାତ୍ରାରେ ପାଣି ଆସୁଛି। ଆଜି ମଧ୍ୟାହ୍ନ ବେଳକୁ ଜଳଭଣ୍ଡାରକୁ ୪ ଲକ୍ଷ ୭୪ ହଜାର ୬୪୬ କ୍ୟୁସେକ ଜଳ ପ୍ରବେଶ କରୁଛି। ସେପଟେ ଜଳସ୍ତର ୬୧୬ ଫୁଟ ଅତିକ୍ରମ କରିଛି। ଫଳରେ ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ଆହୁରି ୫ଟି ଗେଟ ଖୋଲିଛନ୍ତି। ମୋଟ ୭ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ୭ଟି ଗେଟ ଦେଇ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ ଜଳ ମହାନଦୀକୁ ଛଡାଯାଇଛି।

Exit mobile version