Site icon ଆଜିକାଲି

ନିଆଁ ଆଁରେ ଭସ୍ମୀଭୂତ ହେଲା ୪ ଏକର ଜମିର ଧାନ ଫସଲ

ସୋନପୁର : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ହଳନକନାସି ଗାଁରେ ଅଘଟଣ । ନିଆଁ ଆଁରେ ଭସ୍ମୀଭୂତ ହେଲା ୪ ଏକର ଜମିର ଧାନ ଫସଲ ।

ହଳନକନାସି ଗାଁର ଆନନ୍ଦ ସାହୁ ଓ ଗୋବିନ୍ଦ ସାହୁ ଦୁଇ ଭାଇ ଧାନ କାଟି ଖଳାରେ ଖରି କରିକି ରଖିଥିଲେ । ହେଲେ ସେହି ଗାଁର କିଛି ଲୋକ ତାଙ୍କ ଧାନ ଖରିରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଖବର ପାଇ ଦମକଳ ବାହିନୀ ପହଞ୍ଚିବା ବେଳକୁ ଧାନ ସବୁ ଜଳି ପାଉଁଶ ହୋଇଯାଇଥିଲା ।

Exit mobile version