Site icon ଆଜିକାଲି

ପାଇପ ଚୋରି ଅଭିଯୋଗରେ ୪ ଗିରଫ

ବରଗଡ଼ : ଜଳଯୋଗାଣ ପାଇଁ ବିଛାଯାଉଥିବା ପାଇପ୍ ଚୋରିକରି ନେଉଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ଅତାବିରା ଥାନା ଦେବାହାଲର ଦ୍ରପଦ ଭୋଇ, ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଲରପଙ୍କର ବିକାଶ ଓରାମ, ବରଗଡ଼ ସଦର ଥାନା ବାଲିଜୋରୀର ଶିବ ସୁନା ଏବଂ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପୋଡ଼ଛାପରର ନିବାଶ ଧରୁଆ ବୋଲି ସୂଚନା ମିଳିଛି ।

ପୁଲିସ ସେମାନଙ୍କଠାରୁ ୧୧ ଟି ଲୁହା ପାଇପ୍ ଗୋଟିଏ ଟ୍ରକ୍ , ଗୋଟିଏ ବୋଲେରୋ ଏବଂ ଗୋଟିଏ ମୋଟର ସାଇକଲ ଜବତ କରିଛି । ଗିରଫ ଯୁବକମାନେ ଅତାବିରା ଥାନା ଜହ୍ନାପଡ଼ା କେନାଲ ବ୍ରିଜ୍ ପାଖରେ ଜଳଯୋଗାଣ ପାଇଁ ବିଛାଯାଉଥିବା ପାଇପ ଚୋରି କରି ସିଜି ୦୪ ଏନଏମ ୦୨୨୪ ନମ୍ବର ଟ୍ରକରେ ନେଉଥିବା ବେଳେ ପୁଲିସ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା । ସେମାନଙ୍କଠାରୁ ଉପରୋକ୍ତ ଓଡି ୧୭ ଡି ୨୭୪୦ ନମ୍ବର ଟ୍ରକ , ଓଆର ୧୭ ଜି ୬୬୧୩ ନମ୍ବରର ମୋଟର ସାଇକଲ ଏବଂ ୩ ଶହ ଏମଏମର ୧୧ ଟି ଡିଆଇ ପାଇପ୍ ଜବତ କରିଥିଲା ଏଲ ଏଣ୍ଡ ଟି କଂପାନୀ ହିତେଶ୍ଵର କର୍ମୀଙ୍କ ଅଭିଯୋଗକ୍ରମେ ଅତାବିରା ପୁଲିସ କେସ ନମ୍ବର ୧୫୮ ରେ ଏକ ମାମଲା ରୁଜୁକରି ଗିରଫ ଯୁବକମାନଙ୍କୁ କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ଅନିଲ ପ୍ରଧାନ ସୂଚନା ଦେଇଛନ୍ତି ।

Exit mobile version