Site icon ଆଜିକାଲି

ବିଜେଡିରେ ସାମିଲ ହେଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର

ଭୁବନେଶ୍ବର – ବ୍ରହ୍ମପୁରରେ ବିଜେପିକୁ ଶକ୍ତ ଧକ୍କା। ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ବର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ବିଜେଡିରେ ଯୋଗଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ୪ ବିଜେପି କର୍ପୋରେଟର ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝୀ ମଧ୍ୟ ଉପସ୍ଥିତ ରହିଥିଲେ। ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା କର୍ପୋରେଟରମାନେ ହେଲେ ରଞ୍ଜିତା ବେହେରା, ଡି. କରୁଣାକର, ପ୍ରଦୀପ ଶତପଥୀ ଓ ନୀଳକଣ୍ଠ ସାହୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଓ ଆଦର୍ଶ ଏବଂ ବିକାଶମୂଳକ ରାଜନୀତିରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ମିଶିଥିବା କର୍ପୋରେଟରମାନେ କହିଛନ୍ତି।

Exit mobile version