Site icon ଆଜିକାଲି

ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଧୁରୁଆଡ଼ିହି ରେଳ ଷ୍ଟେସନ ନିକଟରେ ମାଲବାହି ଟ୍ରେନ୍ ଲାଇନଚ୍ୟୁତ । ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି ।

ମାଲବାହୀ ଟ୍ରେନଟି ଦୀର୍ଘ ସମୟ ଧରି ଷ୍ଟେସନରେ ଅଟକିଥିଲା । ଏହାପରେ ପୁଣି ଯେତେବେଳେ ଚାଲିବା ଆରମ୍ଭ କଲା, କିଛି ଦୂର ଯାଇ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏହାର ୪ଟି ବଗି ଟ୍ରାକ୍ ବାହାରକୁ ଯାଇ ଓଲଟି ପଡ଼ିଥିଲା । ତେବେ ଏହି ଲାଇନଚ୍ୟୁତ ଘଟଣା ତୃତୀୟ ଲାଇନରେ ଘଟିଥିଲା । ଫଳରେ ପାସେଞ୍ଜର ଟ୍ରେନ ଚଳାଚଳ ବ୍ୟାହତ ହୋଇନାହିଁ । କୋଲକାତା-ମୁମ୍ବାଇ ମୁଖ୍ୟ ଲାଇନ୍‌ରେ ଟ୍ରେନ୍ ଚଳାଚଳ ସ୍ଵାଭାବିକ ରହିଛି ।

Exit mobile version