ନୂଆଦିଲ୍ଲୀ: କୁଏତ୍ ସିଟିରେ ୪ ଭାରତୀୟ ମୃତ। ମୃତକ ମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ପରିବାରର ୪ ସଦସ୍ୟ ପୋଡି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ଫ୍ଲାଟ୍ ରେ ଶୋଇଥିବାବେଳେ ସର୍ଟ ସର୍କିଟ୍ ରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ମୃତକମାନେ କେରଳର ଆଲପୁଜା ନିରତପୁରମ୍ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ପତି , ପତ୍ନୀ ଉଭୟ ଏବଂ ସେମାନଙ୍କର ଦୁଇ ପିଲା ରହିଛନ୍ତି। ସମସ୍ତଙ୍କ ମୃତଦେହ କେରଳ ଅଣାଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି।