Site icon ଆଜିକାଲି

ସପ୍ତାହେ ଭିତରେ ହାତୀ ଆକ୍ରମଣରେ ଗଲାଣି ୪ ଜୀବନ, ପ୍ରତିବାଦରେ ଅନୁଗୁଳରୁ ସାତକୋଶିଆ ମୁଖ୍ୟ ରାସ୍ତା ଅବରୋଧ

ଅନୁଗୁଳ : ଅନୁଗୁଳ ଜିଲା ବନ୍ତଳା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଗଲାଣି । ଏହାର ପ୍ରତିବାଦରେ ଅନୁଗୁଳରୁ ସାତକୋଶିଆ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକ ।

ଗୋଠ ଛଡା ଦନ୍ତା ହାତୀକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକ । କେତେବେଳେ ଗାଁ ପୋଖରୀ ନିକଟରେ ଉତ୍ପାତ ହେଉଛି ତ ଆଉ କେତେବେଳେ ଗାଁ ଦାଣ୍ଡରେ ବୁଲୁଛି । ଦନ୍ତାକୁ ଦୂରକୁ ଘଉଡ଼ାଇପାରୁନି ବନବିଭାଗ । ଗତ ବୁଧବାର ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ସପ୍ତାହେ ଭିତରେ ମୋଟ ୪ ଜଣଙ୍କର ଜୀବନ ଗଲାଣି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

Exit mobile version