Site icon ଆଜିକାଲି

ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ଜଣେ ନାବାଳକ ସମେତ ୪ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ – ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ଜଣେ ନାବାଳକ ସମେତ ୪ ଜଣଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। ଜିଲ୍ଲାର କଣ୍ଟାବଣିଆ ଥାନା ଅଧୀନ କମଳାଙ୍ଗ ଗାଁ ଇଟାଭାଟିରେ କାମ କରୁଥିବା ୪ ଶ୍ରମିକ ପ୍ରାଣ ହରାଇଛନ୍ତି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଗତରାତିରେ ଭାଟିରେ ନିଆଁ ଲଗାଇ ନିକଟରେ ଶୋଇ ଥିବାବେଳେ ଏହି ଅଘଟଣ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Exit mobile version