Site icon ଆଜିକାଲି

ଅଗଷ୍ଟର ପ୍ରଥମ ୨୪ ଦିନରେ ୪୪୪.୫ ମିମି ବର୍ଷା

ଭୁବନେଶ୍ୱର : ଚଳିତମାସ ପ୍ରଥମ ୨୪ ଦିନରେ ରାଜ୍ୟରେ ରେକର୍ଡ ପରିମାଣର ବର୍ଷା ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ୪୪୪.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, କୋରାପୁଟ, ରାୟଗଡ଼ା ଓ ଗଜପତିରେ ସ୍ୱାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହୋଇଛି।

ରାଜ୍ୟର ବାକି ଜିଲ୍ଲାଗୁଡିରେ ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ମିଳିଛି। କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଏହି ଜିଲ୍ଲାରେ ସ୍ୱାଭାବିକ ହାରଠାରୁ ୬୮ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି ।

Exit mobile version