Site icon ଆଜିକାଲି

ରାଜ୍ୟରେ ୫ ହଜାର ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ୫ ହଜାର ଟପିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଡେଙ୍ଗୁ, ମଙ୍କିପକ୍ସ, ବାର୍ଡ ଫ୍ଲୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ଏଯାବତ୍‌ ୫୧୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁରେ ମୃତ୍ୟୁ ନେଇ ସରକାରୀ ଭାବେ ତଥ୍ୟ ଆସି ନାହିଁ ।
ବରଗଡରେ ସ୍କ୍ରବ୍‌ ଟାଇଫସରେ ୪ ଜଣଙ୍କ ମୃତ୍ୟୁ ଏବେ ମଧ୍ୟ ସ୍ପଷ୍ଟ ହୋଇନି। କେନ୍ଦ୍ରାପଡା ଓ ପୁରୀରେ ବାର୍ଡ ଫ୍ଲୁ ଅଞ୍ଚଳରେ କୁକୁଡା କଲିଂ ସରିଛି । ଯାଜପୁର ଓ କଟକର କିଛି ଅଞ୍ଚଳରେ କଲିଂ ଆରମ୍ଭ ହୋଇଛି। ସଂକ୍ରମିତ ଅଞ୍ଚଳରେ କୁକୁଡା ଓ ଅଣ୍ଡା ନଖାଇବାକୁ ପରାମର୍ଶ ଦିଆଯାଇଛି । ମଙ୍କିପକ୍ସ ପାଇଁ ଆଡଭାଇଜରୀ ଜାରି ହୋଇଛି ଓ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ।

Exit mobile version