Site icon ଆଜିକାଲି

ବିଜୁ ଛାତ୍ର ଜନତା ଦଳର ୫ କାର୍ଯ୍ୟକାରୀ ସଭାପତି ଓ ୮ ବରିଷ୍ଠ ଉପସଭାପତି ନିଯୁକ୍ତ

ଭୁବନେଶ୍ବର : ବିଜୁ ଯୁବ ଜନତା ପରେ ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ ହୋଇଛି । ବିଜୁ ଛାତ୍ର ଜନତା ଦଳରେ ନୂଆ ପଦାଧିକାରୀ ଓ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଇପ୍ସିତା ସାହୁ ହୋଇଛନ୍ତି ଛାତ୍ର ବିଜେଡି ମହାସଚିବ। ସେହିପରି ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ରାଜ ସ୍ୱାଇଁ, ବିଶ୍ୱପ୍ରତାପ ସାହୁ ଓ ମିକୁ ପ୍ରଧାନ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି।

୮ ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୭ ଜଣଙ୍କୁ ଜୋନାଲ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ୧୦ ଜଣ ନୂଆ ଉପସଭାପତି ମଧ୍ୟ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହ ୫୧ ସାଧାରଣ ସମ୍ପାଦକ ଓ ୬୧ ଜଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି। ୨୬ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ସେହିପରି ୩୫ ସାଂଗଠନିକ ଜିଲ୍ଲା ପାଇଁ ନିଯୁକ୍ତ ହୋଇଛନ୍ତି ନୂଆ ସଭାପତି । ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ବାରା ବିଧିବଦ୍ଧ ନିଯୁକ୍ତି ତାଲିକା ପ୍ରକାଶ ପାଇଛି ।

Exit mobile version