Site icon ଆଜିକାଲି

ବଲାଙ୍ଗୀର-ସମ୍ବଲପୁର ରାସ୍ତାରେ ସଡ଼କ ଦୁର୍ଘଟଣାରେ ୫ ମୃତ

ବଲାଙ୍ଗୀର : ବଲାଙ୍ଗୀର-ସମ୍ବଲପୁର ରାସ୍ତା ସ୍ଵୟମ ହୋଟେଲ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକରେ କାର ପିଟି ହୋଇଯିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି I ମୃତକମାନେ ବଲାଙ୍ଗୀର ସହର ଜଗନ୍ନାଥ ପଡାର ବୋଲି ଜଣାପଡିଛି I ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବଲାଙ୍ଗୀର ଜଗନ୍ନାଥପଡ଼ା ନିବାସୀ ଏକ ପରିବାର ମଙ୍ଗଳବାର ରାତି ପ୍ରାୟ ୧୧ ଟା ୧୫ ସମୟରେ ଡୁଡୁକାରୁ ବଲାଙ୍ଗୀର ନିଜ ଘରକୁ ଫେରୁଥିଲେ। ବଲାଙ୍ଗୀର ଛୁଇଁବନ୍ଧ ନିକଟରେ ଟ୍ରକକୁ କାର ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାରରେ ଥିବା ୫ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ବଲାଙ୍ଗୀର ଜଗନ୍ନାଥପଡ଼ାର ମୃତକମାନେ ହେଲେ ଡାକ୍ତର ଜୟନ୍ତ ନାଏକଙ୍କ ପୁଅ ଆତ୍ମଜ ନାଏକ , ତାଙ୍କ ବିବାହିତ ଝିଅ ଇସ୍ମିତା ନାଏକ ଓ ଇସ୍ଟିତାଙ୍କ ୪ ବର୍ଷର ଝିଅ ରିଆ , ଡାକ୍ତରଙ୍କ ଶଳା ଦିସ୍ମୀରଞ୍ଜନ ସାଏ ଓ ତାଙ୍କ ୫ ବର୍ଷର ଝିଅ ଶ୍ରୀନିକା । ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ସ୍ତ୍ରୀ ଆରତୀ ନାଏକ ଓ ତାଙ୍କ ଶଳାଙ୍କ ସ୍ତ୍ରୀ ରଶ୍ମିତା ସାଏଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।ବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

Exit mobile version