Site icon ଆଜିକାଲି

ସ୍କୁଟି -ବାଇକ୍ ମୁହାଁମୁହିଁ ଧକ୍କା, ୫ ମୃତ

ସୋରଡା – ସୋରଡା ଥାନା କେଶରୀପାଟଣା ନିକଟ ବରାଡ ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ବ୍ରହ୍ମପୁରରେ ଚିକିତ୍ସାଧିନ ଅଛନ୍ତି।

Exit mobile version