Site icon ଆଜିକାଲି

ଘର କାମ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୫ ଶ୍ରମିକ : ୩ ଗୁରୁତର

ବାଲିଆପାଳ : ବାଲିଆପାଳ ବସଷ୍ଟାଣ୍ଡ ନିକଟରେ କାମ କରିବା ବେଳେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଶ୍ରମିକ ଗୁରୁତର । ଘର କାମ କଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଉକ୍ତ ଶ୍ରମିକ । ଆହତଙ୍କୁ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବାବୁ ସେଠୀଙ୍କ ଘରେ ନିମଟାଲ କାମ ପାଇଁ ଲୁହା ରଡ଼ ଉଠାଉଥିବା ବେଳେ ଘର ପାଖ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ୫ ଜଣ ଶ୍ରମିକ ଆହତ ହୋଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Exit mobile version