Site icon ଆଜିକାଲି

ମୋ ବସ ଯାତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଚୋରି

ଭୁବନେଶ୍ୱର – ରାଜଧାନୀରେ ଚାଲୁଥିଵା ‘ମୋ ବସ’ରୁ ପୁଣି ଚୋରି । ୧୮ମ୍ଵର ରୁଟ୍‌ରେ ବରମୁଣ୍ଡାରୁ କଟକ ଜଗତପୁର ଚାଲୁଥିବା ମୋ ବସ୍‌ରୁ ଜଣେ ଯାତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଙ୍କୀ ଅଞ୍ଚଳର ରାଜକିଶୋର ଜେନା ନାମକ ଯାତ୍ରୀଙ୍କଠାରୁ ଏହି ଚୋରି ହୋଇଛି। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ରାଜକିଶୋର ପରିବାର ସହିତ ଏକ ବସ୍‌ରେ ବାଙ୍କୀରୁ ଆସି ତ୍ରିଶୂଳିଆ ନିକଟରେ ଓହ୍ଲାଇଥିଲେ। ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ମୋ ବସ୍ ରେ ଚଢ଼ିଥିଲେ। ହେଲେ ଗନ୍ତବ୍ୟସ୍ଥଳରେ ଓହ୍ଲାଇବା ପୂର୍ବରୁ ତାଙ୍କ ପକେଟରେ ଥିବା ଟଙ୍କା ନାହିଁ ବୋଲି ଜାଣିବାକୁ ପାଇଥିଲେ। ସେ ଘଟଣା ସଂପର୍କରେ ବସ୍‌ କର୍ମଚାରୀଙ୍କୁ କହିଥିଲେ। ବସ୍ କର୍ମଚାରୀ ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ଟଙ୍କା ନ ମିଳିବାରୁ ରାଜକିଶୋର ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଏତଲା ଦେଇଥିଲେ।

Exit mobile version