Site icon ଆଜିକାଲି

ବନ୍ଧୁକ ଦେଖାଇ ଏସବିଆଇ ଗ୍ରାହକ ସେବା କେନ୍ଦ୍ରରୁ ୫୦ ହଜାର ତାଙ୍କ ଲୁଟି ନେଲେ ଦୁବୃର୍ତ୍ତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ବିରଙ୍ଗାଟୋଲି ଠାରେ ଥିବା ଏସବିଆଇ ଗ୍ରାହକ ସେବା କେନ୍ଦ୍ରରେ ବନ୍ଧୁକ ଦେଖାଇ ଲୁଟ ଅଭିଯୋଗ। କେନ୍ଦ୍ରକୁ ଆଜି ଦୁଇ ଜଣ ଯୁବକ ଏକ ପଲସର ବାଇକରେ ଆସିଥିଲେ। ସେବା କେନ୍ଦ୍ରରେ ଥିବା ମାଲିକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଆଉ କାଉଣ୍ଟରରେ ଥିବା ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇ ସେଠାରୁ ଫେରାର ମାରିଥିଲେ।

ଲୁଟାରେମାନେ ଗଲାପରେ ଗ୍ରାହକ ସେବା କେନ୍ଦ୍ରର ମାଲିକ କୁତ୍ରା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳେ ଭିତରେ ଏକ ଅଫୁଟା ଗୁଳି ପାଇଥିଲା। ତେବେ ଗ୍ରାହକ ସେବା କେନ୍ଦ୍ରରୁ ଏଭଳି ଲୁଟ ହେବା ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକ ବାର ଏହିଭଳି ଲୁଟ୍ ହୋଇଛି। ଲୁଟେରାଙ୍କ ଟାର୍ଗେଟରେ ଗ୍ରାହକ ସେବା କେନ୍ଦ୍ର ରହିଥିବା ପୁଲିସ କହିଛି।

Exit mobile version