Site icon ଆଜିକାଲି

ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଠକେଇ ଘଟଣାର ପର୍ଦାଫାସ, ୭ ଗିରଫ

ସୋନପୁର : ସୋନପୁର ବ୍ୟାଙ୍କ ଅଫ ବରୋଦାରୁ ନକଲି ସୁନା ଦେଇ ସୁନା ରଣ କରି ୫୨ ଲକ୍ଷ ୮୩ ହଜାର ୧ଶହ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୭ଜଣଙ୍କୁ ଗିରଫ କରିଛି ।

ସୋନପୁର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ତେବେ ବ୍ୟାଙ୍କର ବଣିଆ ସୁନାର ସ୍ୱଚ୍ଛତା ସାର୍ଟିଫିକେଟ ଦେଇଥିବାରୁ ଏହି ଠକେଇ ହୋଇ ପାରିଥିବା ସୂଚନା ମିଳିଛି । ତେବେ ଏହି ଠକେଇ ଘଟଣାରେ ଆଉ ଅନ୍ୟ ଦୁଇ ଅଭିଯୁକ୍ତ ଅଛନ୍ତି । ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଏହି ବ୍ୟାଙ୍କ ରେ ପୂର୍ବରୁ ପିଓ ଥିବା ସୌମ୍ୟ ରଞ୍ଜନଙ୍କ କାର୍ଯ୍ୟକୁ ନେଇ ମଧ୍ୟ ସନ୍ଦେହ ଥିବା ଏସପି କହିବା ସହିତ ତାଙ୍କୁ ମଧ୍ୟ ନୋଟିସ କରି ଡ଼କାଯିବ ବୋଲି ସୂଚନା ମିଳିଛି ।

Exit mobile version