Site icon ଆଜିକାଲି

ଓଡ଼ିଶାରେ ୫-ଜି ସେବାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ୫-ଜି ସେବା ଉଦଘାଟିତ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ର‌ଦ୍ୟୋଗିକୀ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଛନ୍ତି। ଦୁହେଁ ଓଡ଼ିଶାରେ ୫-ଜି ଟେଲିକମ୍ ସେବାର ଶୁଭାରମ୍ଭ କରିଛନ୍ତ। ଟ୍ୱିନସିଟି ସହ ରାଜ୍ୟର କିଛି ସହରରେ ଏହି ୫-ଜି ଉପଲବ୍ଧ ହୋଇଛି ।

ଓଡ଼ିଶାରେ ୫-ଜି ସେବା ଆରମ୍ଭ କରିବା ପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି। ଭୁବନେଶ୍ବର, କଟକ ସମେତ ରାଜ୍ୟ ଆଉ କିଛି ସହରର କିଛି ଅଞ୍ଚଳରେ ଏହି ୫ଜି ସେବା ଉପଲବ୍ଧ ହେବ। ଏହାକୁ କେବଳ ୫-ଜି ମୋବାଇଲ୍ ଥିବା ଉପଭୋକ୍ତା ବ୍ୟବହାର କରିପାରିବେ। ହେଲେ ୫ଜି ସେବା ଆରମ୍ଭ ହେଲେ କେଉଁ ସହରର କେତେ ଅଞ୍ଚଳରେ ଏହା ଉପଲବ୍ଧ ହେବ, ଉପଭୋକ୍ତାଙ୍କୁ କେତେ ସ୍ପିଡରେ ବ୍ରାଉଜିଂ ସୁବିଧା ମିଳିବ, ସେନେଇ କୌଣସି ଟେଲିକମ୍ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇନି।

Exit mobile version