Site icon ଆଜିକାଲି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସୋମବାର ଠାରୁ ଆରମ୍ଭ ହେବ ଯଜ୍ଞ। ଏହା ଆଗରୁ ରବିବାର ଦିନ ସକାଳୁ ସକାଳୁ ପୁରୀ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଛନ୍ତି ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି । ପୁରୀ ଜିଲ୍ଲାପାଳ, ପୁରୀ ଏସ୍ପି ଏବଂ ବିଭିନ୍ନ ଅଧିକାରୀଙ୍କ ସମେତ ଶ୍ରୀମନ୍ଦିରର ଚାରି ଦ୍ୱାର ଯଜ୍ଞବେଦୀ ତଦାରଖ କରିଛନ୍ତି ।

ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ହୋଇଛି ଭବ୍ୟ ଆୟୋଜନ। ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଶ୍ରୀମନ୍ଦିର, ପରିକ୍ରମା ପ୍ରକଳ୍ପ ସହ ଶ୍ରୀକ୍ଷେତ୍ରର ପରିପାଟ୍ଟୀ। ମନ୍ତ୍ରପାଠରେ ଗୁଞ୍ଜରିତ ହେଉଛି ଆଧ୍ୟାତ୍ମିକ ସହର। ବଢ଼ିଚାଲିଛି ଉତ୍କଣ୍ଠା। ଦିନ କେଇଟାର ଅପେକ୍ଷା। ଦେଶର ପ୍ରତି କୋଣରୁ ସାଧୁସନ୍ଥଙ୍କ ସହ ପ୍ରାୟ ୯ଶହ ନିମନ୍ତ୍ରିତ ଅତିଥି ବି ଏହି ଭବ୍ୟ ଆୟୋଜନର ଭକ୍ତିରସରେ ଭିଜିବାକୁ ଅନାଇ ବସିଛନ୍ତି। ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଭବ୍ୟ ମହୋତ୍ସବ।

Exit mobile version