Site icon ଆଜିକାଲି

ଖୋର୍ଦ୍ଧା ଜିଲ୍ଲାରେ ‘ନୂଆ-ଓ’ ଛାତ୍ରବୃତ୍ତି ବଣ୍ଟନ କଲେ ୫-ଟି ଅଧ୍ୟକ୍ଷ

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲାରେ ‘ନୂଆ-ଓ’ ଛାତ୍ରବୃତ୍ତି ବଣ୍ଟନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଜିଲ୍ଲାର ୮ ହଜାର ୯୫୮ ଛାତ୍ରଛାତ୍ରୀଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି। ଯୁକ୍ତ ୩ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ପ୍ରଦାନ କରାଯାଇଛି। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଉଛି। ମାର୍ଚ୍ଚ ୫ ତାରିଖ ମଧ୍ୟରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ। ଖୋର୍ଦ୍ଧା ଜିଲ୍ଲାର ୯୮ ପ୍ରତିଶତ ପିଲା ଏହି ଛାତ୍ରବୃତ୍ତି ପାଉଛନ୍ତି।

ବାପାମାଆ କଷ୍ଟ କରି ପିଲାମାନଙ୍କୁ ପାଠ ପଢାଉଛନ୍ତି। ବାପାମାଆଙ୍କ ବୋଝ ହାଲକା କରିବାକୁ ମୁଖ୍ୟମନ୍ତ୍ରୀ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଭାରତ ବର୍ଷରେ ଏଭଳି ଯୋଜନା କୌଣସି ରାଜ୍ଯରେ ନାହିଁ ବୋଲି କହିଥିଲେ ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହି ଅବସରରେ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାକୁ ଏହି ‘ନୂଆ-ଓ’ ଛାତ୍ରବୃତ୍ତି ଉଦ୍ଦିଷ୍ଟ ବୋଲି ସେ କହିଥିଲେ। ପ୍ରଥମଥର ପାଇଁ ସମସ୍ତ ବର୍ଗର ପିଲା ପାଇବେ ଏହି ଛାତ୍ରବୃତ୍ତି।

Exit mobile version