Site icon ଆଜିକାଲି

ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ପରିଷ୍କାର ରଖିବାକୁ ନିର୍ଦ୍ଦେଶ ଦେଲେ ୫ଟି ଅଧ୍ୟକ୍ଷ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ପରିଷ୍କାର ପରିଚ୍ଛନ ରଖିବାକୁ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶ । ନିଜେ ଉଠାଇଲେ ପରିକ୍ରମା ମାର୍ଗରେ ପଡିଥିବା ପାଣି ବୋତଲ ଓ ପରିତ୍ୟକ୍ତ ଜିନିଷ। ଆଜି ସକାଳୁ ସକାଳୁ ପୁରୀରେ ପହଞ୍ଚିଛିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ । ଭକ୍ତଙ୍କ ସହ ଭିଡ଼ ଭିତରେ ମନ୍ଦିରକୁ ଯାଇଥିଲେ । ସାଧାରଣ ଭକ୍ତଙ୍କ ଭଳି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ଏହାପରେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ପରିକ୍ରମା ମାର୍ଗର ଚାରିପଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ । ପରିକ୍ରମା ମାର୍ଗରେ ପଡ଼ିଥିବା ପାଣି ବୋତଲ ଓ ଅନ୍ୟ ପରିତ୍ୟକ୍ତ ଜିନିଷଗୁଡିକୁ ଉଠାଇଥିଲେ । ପରିକ୍ରମା ମାର୍ଗର ସୁରକ୍ଷା ଓ ରକ୍ଷଣବେକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ । ଏତିକିବେଳେ ତାଙ୍କ ସହ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Exit mobile version