Site icon ଆଜିକାଲି

କେନ୍ଦୁଝର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୪୫ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ : ରୂପାନ୍ତରଣ ପରେ ବଦଳିଲା ରୂପ ରେଖ : ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

କେନ୍ଦୁଝର, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପନାୟକ ଚତୁର୍ଥ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାର ୪୫ଟି ରୂପାନ୍ତରିତ ହାଇସ୍କୁଲ୍‌କୁ ଲୋକାର୍ପଣ କରିଛନ୍ତି । ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୫-ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା କେନ୍ଦୁଝର ଜିଲ୍ଲାର ଉକ୍ତ ୪୫ଟି ରୂପାନ୍ତରିତ ହାଇସ୍କୁଲ୍‌କୁ ଲୋକାର୍ପଣ କରିଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ପ୍ରବଳ ଉାହ ସୃଷ୍ଟି ହେବା ସହ ଆନନ୍ଦର ଲହରୀ ଖେଳିଯାଇଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ ରୂପାନ୍ତରିତ ହାଇସ୍କୁଲ ସଂଖ୍ୟା ୩୪୭ ସଂଖ୍ୟାରେ ପହଂଚିଛି । ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକାର୍ପଣ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ – ବର୍ତମାନ ଓଡିଶାରେ ରୂପାନ୍ତରଣର ଯୁଗ ଚାଲିଛି । ସ୍କୁଲ୍‌, କଲେଜ ଠାରୁ ଆରମ୍ଭ କରି ହସ୍ପିଟାଲ୍‌, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର, ପଂଚାୟତ, ଗାଆଁ ସବୁ ସ୍ତରରେ ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୋର ଆଶିର୍ବାଦ ସବୁବେଳେ ପିଲାଙ୍କ ସାଥିରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟସ୍ତରରେ ଆୟୋଜିତ ଏହି ଲୋକାର୍ପଣ ଉବରେ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । କେନ୍ଦୁଝର ଜିଲ୍ଲାସ୍ତରରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ତତ୍ୱାବଧାନ ଏବଂ ଅଧ୍ୟକ୍ଷତାରେ ମନୋଜ ମଞ୍ଜରୀ ଶିଶୁ ଭବନ ହାଇସ୍କୁଲ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, କେନ୍ଦୁଝର ଲୋକସଭା ସଦସ୍ୟା ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ମନୋଜ ମଞ୍ଜରୀ ଶିଶୁ ଭବନ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସୁଦୀପ୍ତା ନନ୍ଦ ସ୍କୁଲ୍ ରୂପାନ୍ତରଣ ପରେ ନିଜର ଅନୁଭବ ଓ ଉପଲବ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ୫-ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସୁଦୀପ୍ତାଙ୍କ ସହ ବାର୍ତାଳାପ କରିଥିଲେ ଏବଂ ଭବିଷ୍ୟତରେ କଣ ହେବା ପାଇଁ ଚାହାଁନ୍ତି ବୋଲି ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାଏକ, କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଡାଃ ମଧୁସ୍ମିତା ସାମନ୍ତରାୟ, ସମଗ୍ର ଶିକ୍ଷାର ଡିଷ୍ଟ୍ରିକ୍ଟ୍ ଟାଇବାଲ୍ କୋଅର୍ଡିନେଟର ଦୁର୍ଗା ପ୍ରସାଦ ଲାୟକ, ଡି.ଏମ୍‌.ଏଫ୍‌.ର କର୍ମକର୍ତା, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନରେ ସହଯୋଗ କରିଥିଲେ । ଛାତ୍ରଛାତ୍ର୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ ।

Exit mobile version