Site icon ଆଜିକାଲି

୨ ଦିନିଆ କଟକ ଗସ୍ତରେ ୫ଟି ସଚିବ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର : ମଙ୍ଗଳବାର ଠାରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ। ମଙ୍ଗଳବାର ସକାଳ ୯ଟା ୪୦ମିନିଟ ସମୟରେ ୫ଟି ସଚିବ ଆଠଗଡ ମିନି ଷ୍ଟାଡିୟମରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣାଣି କରିବେ। ଏହା ପରେ ନରସିଂହପୁର ଯାଇ ୧୧ଟା ୧୫ମିନିଟ ସମୟରେ ସେଠାରେ ଡାକ୍ତରଖାନା ଓ କିଡନୀ ରୋଗୀମାନଙ୍କ ପାଇଁ ହୋଇଥିବା ଡାୟାଲିସିସ୍ ସେଣ୍ଟର ପରିଦର୍ଶନ କରିବେ । ଏହା ପରେ ନରସିଂହପୁରରେ ମଧ୍ୟ ଜନଶୁଣାଣୀ କରିବେ ୫ଟି ସଚିବ।

ପରେ ଚୌଦ୍ଵାର ମ୍ୟୁନିସିପାଲଟି ପରିଦର୍ଶନ କରିବେ। ଚୌଦ୍ଵାର ପରେ ନିଶ୍ଚିନ୍ତକୋଇଲି ଅନ୍ତର୍ଗତ କୁଳିଆ ଆରଏମସି ପଡ଼ିଆରେ ୩ଟା ୫ରୁ ୩ଟା ୫୫ ପର୍ଯ୍ୟନ୍ତ ଜନଶୁଣାଣୀ କରିବେ । ସେଠାରୁ ଫେରି ୫ଟି ସଚିବ ଅପରାହ୍ନ ୪ଟା୩୦ରୁ ୫ଟା ୨୦ ପର୍ଯ୍ୟନ୍ତ ଉପର ବାଲିଯାତ୍ରା ପଡ଼ିଆରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଳାପ ଆଲୋଚନା କରିଵାର କାର୍ଯ୍ୟକ୍ରମ ରହିଛି ।ଏହାପରେ ସଂଧ୍ୟା ୫ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ସ୍ପେଶାଲ ସର୍କିଟ ହାଉସ ରେ ମ୍ୟୁନିସିପାଲଟିର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ୫ଟି ସଚିବ ଭି କେ ପାଣ୍ଡିଆନ୍। ୬ଟା ୩୦ ରୁ ରାତି ଆଠଟା ପର୍ଯ୍ୟନ୍ତ ଫାଇଭ୍ ଟି ସଚିବ ସର୍କିଟ ହାଉସ୍ ରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ଆଲୋଚନା କରିବେ। ରାତିରେ ଫାଇଭ୍ ଟି ସଚିବ ସ୍ପେଶାଲ ସର୍କିଟ ହାଉସ ରେ ରାତ୍ରୀଯାପନ କରିବେ।

Exit mobile version