Site icon ଆଜିକାଲି

୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତ, ସୁକତେଲ ପ୍ରକଳ୍ପ ପରିଦର୍ଶନ ସହ କଳାମଣ୍ଡଳର ବିକାଶ ନେଇ କଲେ ଆଲୋଚନା

ବଲାଙ୍ଗୀର : ବଲାଙ୍ଗୀର ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ସହରର ଐତିହ୍ୟସମ୍ପନ୍ନ କୋଶଲ କଳାମଣ୍ଡଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଭିନ୍ନ ସଙ୍ଗଠନ ଓ ମହିଳାମାନଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ଦୀର୍ଘଦିନ ହେବ ଅବହେଳିତ ଅବସ୍ଥାରେ ପଡ଼ିଥିବା କଳାମଣ୍ଡଳର ବିକାଶ କାର୍ଯ୍ୟ ଉପରେ ସଚିବ ଦୃଷ୍ଟିପାତ କରିଥିଲେ । ପଡିଆରେ ଥିବା ମଞ୍ଚ , ପାକିଂ ପାଇଁ ଜିଲ୍ଲାପାଳ ପ୍ଲାନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ସଚିବ କହିଥିଲେ । ଏହାସହ ଦେବାଳୟଗୁଡିକର ବିକାଶ ପାଇଁ ୭ ଦିନ ମଧ୍ୟରେ ସରକାର ଖୁସି ଖବର ଦେବେ ବୋଲି କହିଥିଲେ ।

ଏହା ପୂର୍ବରୁ ସେ ବଲାଙ୍ଗୀର ସମଲେଶ୍ବରୀ ମନ୍ଦିର ଦର୍ଶନରେ ଯାଇ ଏହାର ପୁନରୁଦ୍ଧାର ସହ ଗୋପାଳ ଜି ଏବଂ ପାଟଣେଶ୍ବରୀ ମନ୍ଦିରର ବିକାଶ ପାଇଁ ଘୋଷଣା କରିଥିଲେ । ପରେ ଲୋୟର ସୁକତେଲ ପ୍ରକଳ୍ପ ବୁଲି ଦେଖିଥିଲେ । ଏହି ସମୟରେ ପ୍ରକଳ୍ପରେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ସହ ଆଲୋଚନା କରିଥିଲେ।

Exit mobile version