Site icon ଆଜିକାଲି

କଟକ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

କଟକ : ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି କଟକ ଗସ୍ତ କରି ସହରରେ ଚାଲିଥିବା ଏକାଧିକ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ୫-ଟି ସଚିବ ଖାନନଗରରେ ନିର୍ମାଣାଧୀନ ନେତାଜୀ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ଏଠାରେ ନିର୍ମାଣ କାମର ଅଗ୍ରଗତି ନେଇ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିବା ସହିତ ଟର୍ମିନାଲ କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୫-ଟି ସଚିବ ମା’ କଟକ ଚଣ୍ଡିଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ। ଚଣ୍ଡିମନ୍ଦିର ରାସ୍ତା ସଂପ୍ରସାରଣ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସେ ସମୀକ୍ଷା କରିଥିଲେ। ଚଣ୍ଡିମନ୍ଦିର ପ୍ରକଳ୍ପରେ ମୋଟ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଛଡା ରାଣୀହାଟୀରେ ନବନିର୍ମିତ କ୍ଲକ ଟାୱାର ଓ ତାଳଦଣ୍ଡା କେନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ ୫-ଟି ସଚିବ ।ସେହିପରି ଛତ୍ରବଜାରରେ ‌ନିର୍ମାଣଧୀନ ଭେଣ୍ଡିଂ ଜୋନ୍‌ର ସମୀକ୍ଷା କରିଥିଲେ। ୫-ଟି ସଚିବଙ୍କ ଏହି ଗସ୍ତକାଳରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ନିଖିଲ ପବନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Exit mobile version