Site icon ଆଜିକାଲି

କେନ୍ଦୁଝର ଗସ୍ତରେ ୫ଟି ସଚିବ

କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ପାଟଣା ବ୍ଲକ ଭୀମକୁଣ୍ଡକୁ ଯାଇ ପର୍ଯ୍ୟଟନ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ସହିତ ବିଧାୟକ ଜଗନ୍ନାଥ ନାୟକ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେଠାରୁ ଚମ୍ପୁଆ ଗ୍ରସ୍ତ କରି ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଥିଲେ। ସେଠାରୁ ସେ ବଡ଼ବିଲ, ଯୋଡ଼ା ଯାଇ ନିର୍ମାଣଧିନ ଫ୍ଲାଇ ଓଭର, କାନପୁର ଜଳସେଚନ ପ୍ରକଳ୍ପ, ଏନଏଚ କାମ ଅନୁଧ୍ୟାନ କରିବା ସହ ବୃଦ୍ଧାଶ୍ରମ । ସେଠାରୁ କେନ୍ଦୁଝର ଆସି ଧରଣୀଧର ମହାବିଦ୍ୟାଳୟ ପଡ଼ିଆରେ ଏକ କାର୍ଯ୍ୟକ୍ରମରେ ମହିଳା ସୟଂ ସହାୟିକା ଗୋଷ୍ଠୀ, ସ୍ଥାନୀୟ ବିଭିନ୍ନ ସଂଗଠନ, ସଂସ୍ଥା ସହିତ ଆଲୋଚନା କରିବା ପରେ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଲେଟ କାଫେ ବୁଲିବା ସହ ପରିଚାଳନା କରୁଥିବା ମହିଳା ସଂଗଠନ ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ। ପୁରୁଣା ବଜାର ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ଶନିବାର କେନ୍ଦୁଝର ରହଣି ପରେ ରବିବାର ହରିଚନ୍ଦନପୁର, ହାଟଡିହି, ଆନନ୍ଦପୁର ବ୍ଲକ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡିଛି।

Exit mobile version