Site icon ଆଜିକାଲି

ଜୁଆ ଆଡ୍ଡାରେ ଉପରେ ଚଢ଼ାଉ, ୬ ଗିରଫ

ବୌଦ୍ଧ : ବୌଦ୍ଧ ବାଉଁଶୁଣି ପୋଲିସ ପକ୍ଷରୁ ଅଇଁଲାପାଲି ଗାଁରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ । ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ଜଣ ବୌଦ୍ଧ ଜିଲାର ହୋଇଥିବା ବେଳେ ଜଣେ ସୋନପୁର ଜିଲାର ବୋଲି ଜଣାପଡିଛି ।

ସୂଚନା ଯେ, ଅଇଁଲାପାଲି ଗାଁରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଉଁଶୁଣି ପୋଲିସ ପକ୍ଷରୁ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉରେ ୬ଜଣ ଜୁଆଡ୍ଡିଙ୍କୁ ଗିରଫ କରାଯିବ ସହ ୬ଟି ମୋବାଇଲ୍‌ ଓ ନଗଦ ୧୮ ହଜାର ଟଙ୍କା ଜବତ ହୋଇଛି । ଏପିରିକି ଜୁଆରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ ଜାରି ରଖିଛି ପୋଲିସ ।

Exit mobile version