Site icon ଆଜିକାଲି

୬ ଜୁଆଡି ଗିରଫ, ଲକ୍ଷାଧିକ ଟଙ୍କା ସହ ମୋବାଇଲ୍ ଓ ବାଇକ୍ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ପାର୍ବଣ ଋତୁରେ ଜୁଆ ଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ବୈକୁଣ୍ଠନଗର-୨ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୧୭ ହଜାର ୯୫ ଟଙ୍କା, ୪ଟି ମୋବାଇଲ୍, ୨ଟି ବାଇକ୍ ଜବତ କରିଛି। ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛି ପୋଲିସ।

Exit mobile version