Site icon ଆଜିକାଲି

ହୀରାକୁଦର ପୁଣି ୬ ଗେଟ ବନ୍ଦ, ମାତ୍ର ୨ ଗେଟ ଖୋଲା

ସମ୍ବଲପୁର : ହୀରାକୁଦର ଆଜି ପୁଣି ୬ ଟି ଗେଟ ବନ୍ଦ କରାଯାଇଛି। ଫଳରେ ବର୍ତ୍ତମାନ ମାତ୍ର ୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରୁ କମ୍ ପାଣି ଆସିବା ସହ ଜଳସ୍ତର ଖସିବାରୁ ଗେଟ ସଂଖ୍ୟା ହ୍ରାସ କରାଯାଇଛି। ଆଜି ମଧ୍ୟାହ୍ନ ୧୨ ଟା ବେଳକୁ ଜଳଭଣ୍ଡାରକୁ ୬୭୭୨୧କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬୪୨୯୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ଜଳସ୍ତର ୬୦୭.୨୧ ଫୁଟ କୁ ଖସିଛି। ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ଯରେ ଉପରମୁଣ୍ଡରେ ହାରାହାରି ୩୨.୧୦ ମିମି ବର୍ଷା ରେକର୍ଡ କରାଯାଇଛି।

FacebookTwitterLinkedinWhatsapp
Exit mobile version