Site icon ଆଜିକାଲି

ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ବଢୁଛି କୋଲାବ ନଦୀର ଜଳସ୍ତର

ମାଲକାନଗିରି : ଲଗାଣ ବର୍ଷା ଯୋଗୁ ମାଲକାନଗିରି ଭଳି କୋରାପୁଟ ଜିଲ୍ଲାରେ ମଧ୍ୟ ଗତକାଲିଠୁ ଜଳ ପ୍ରଳୟ ସ୍ଥିତି ଉପୁଜିଛି। କୋଲାବ ନଦୀ ଫୁଲୁଥିବାରୁ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। ଦୀଗାପୁରଠାରେ ଥିବା ବ୍ରିଜ୍ ଉପରେ ପାଣି ଚାଲୁଛି। ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌ । ଜଲାପୁଟ ଡ୍ୟାମ୍‌ର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ଜଳସ୍ତର ୨୭୪୯.୪୫ କୁ ଛୁଇଁଛି । ଡ୍ୟାମକୁ ୨୦୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଲାପୁଟ ଡ୍ୟାମ୍‌ରୁ ଅଧିକ ପାଣି ନିଷ୍କାସନ ହେବା ଫଳରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣି ପଶିବା ଆଶଙ୍କା ବଢିଯାଇଛି ।

ସୂଚନା ମୁତାବକ, ତିନି ଦିନ ଲଗାଣବର୍ଷା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଲାପୁଟ ଡ୍ୟାମ୍‌ର ୬ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌କୁ ୨୦୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଡ୍ୟାମ୍‌ରେ ପହଞ୍ଚି ଜଳସ୍ତର ବଢ଼ି ବିପଦ ସଂକେତକୁ ଛୁଇଁବାରୁ ମାଛକୁଣ୍ଡ ଡ୍ୟାମ୍‌ରେ ୪ଟି ଗେଟ୍‌ ଖୋଲା ଯାଇଛି । ୩ ନମ୍ୱର, ୫ନମ୍ୱର,୬ ନମ୍ୱର ଏବଂ ୭ ନମ୍ୱର ଗେଟ୍‌ ଖୋଲି ୨୦,୦୦୦ କ୍ୟୁସେକ୍‌ ଜଳ ନିଷ୍କାସିତ କରାଯାଉଛି । ଡ୍ୟାମ୍‌ର ୨,୫୯୦ ଫୁଟ ଥିବା ବେଳେ ବର୍ତ୍ତମାନ ୨,୫୮୬ ଫୁଟକୁ ଜଳସ୍ତର ଛୁଇଁଛି । ଜଲାପୁଟ ଡ୍ୟାମ୍‌ରୁ ଅଧିକ ପାଣି ନିଷ୍କାସନ ହେବା ଫଳରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣି ପଶିବା ଆଶଙ୍କା ବଢିଯାଇଛି । ପୂର୍ବରୁ ଡ୍ୟାମ୍‌ ଗୁଡିକରେ ଜଳସ୍ତରକୁ  ନିୟନ୍ତ୍ରଣ କରିବାରେ ଡ୍ୟାମ୍‌ କତୃପକ୍ଷଙ୍କ ଅବେହେଳା କାରଣରୁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣି ପଶିବା ଆଶଙ୍କା ବଢିଛି । 

ଅନ୍ୟପଟେ ଜଲାପୁଟ ଡ୍ୟାମ୍‌ ଖୋଲିବା ପରେ ଆନ୍ଧ୍ର-ଓଡିଶା ସୀମାନ୍ତକୁ ସଂଯୋଗ କରୁଥିବା ଅସ୍ଥାୟୀ ଲୁହା ପୋଲ ଧୋଇଯିବା ଆଶଙ୍କା ଦେଖାଦେଇଛି । ତେଣୁ ଅଞ୍ଚଳବାସୀ ଏହି ପୋଲ ଦେଇ ଯାତାୟତ କରିବା ପାଇଁ ଭୟ କରୁ୍ଛନ୍ତି ।

Exit mobile version