Site icon ଆଜିକାଲି

ଚାନ୍ଦିପୁର ଘାଟିରୁ ‘କ୍ୟୁଆରଏସ୍ଏମ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଗୁରୁବାର ଆଉ ଏକ ବଡ଼ ସଫଳତା ମିଳିଛି । ଓଡିଶାର ଚାନ୍ଦିପୁର ଘାଟିରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ‘କ୍ୟୁଆରଏସ୍ଏଏମ୍’ କ୍ଷେପଣାସ୍ତ୍ରର ୬ ଫ୍ଲାଇଟ୍ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଏହି ପରୀକ୍ଷଣ କରିଛନ୍ତି ।

ଓଡ଼ିଶାର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି (ଆଇଟିଆର୍)ରୁ ‘କ୍ୟୁଆରଏସ୍ଏମ୍’ ମିସାଇଲର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି । ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରରେ ନିୟୋଜିତ ସମସ୍ତ ଟେକ୍ନୋଲୋଜି ଏବଂ ସବ୍ ସିଷ୍ଟମ୍ ସଠିକ୍ ପ୍ରଦର୍ଶନ କରିଥିଲେ ଏବଂ ମିଶନର ସମସ୍ତ ଆବଶ୍ୟକତା ପୂରଣ କରିଥିଲା । ଏହି ଅବସରରେ ଡିଆରଡିଓ ସହିତ ଜଡିତ ବରିଷ୍ଠ ବୈଜ୍ଞାନିକ ଏବଂ ଅଧିକାରୀଙ୍କ ଏକ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ଏହି କ୍ଷେପଣାସ୍ତ୍ର ସଫଳତାର ସହିତ ୬ ଥର ପରୀକ୍ଷଣ କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସ୍ୱଳ୍ପ ଦୂରଗାମୀ ‘କ୍ୟୁଆରଏସ୍ଏମ୍’ କ୍ଷେପଣାସ୍ତ୍ର ଏକାସାଙ୍ଗରେ ଏକାଧିକ ଟାର୍ଗେଟ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଏହି କ୍ଷେପଣାସ୍ତ୍ରର ୨୫ ରୁ ୩୦ କିଲୋମିଟର ଦୂରତାରେ ଥିବା ଶତ୍ରୁ ଠିକଣା ଉପରେ ଆକ୍ରମଣ କରିବାକୁ ସକ୍ଷମ । ଏହାକୁ ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର ରୂପେ ପ୍ରସ୍ତୁତ କରାଯାଇଛି । ଏହା ସବୁ ଋତୁରେ କାମ କରିପାରିବ।

Exit mobile version