Site icon ଆଜିକାଲି

ସମ୍ୱଲପୁର ରେଳମଣ୍ଡଳରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ୬ ଟ୍ରେନ୍ ବାତିଲ୍

ଭୁବନେଶ୍ୱର : ସମ୍ୱଲପୁର-ଟିଟିଲାଗଡ ରେଳ ସେକ୍ସନର ଦେବାହାଲ-ବରଗଡ ରୋଡ-ବରପାଲି ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ୬ଟି ଟ୍ରେନ୍ ବାତିଲ ହେବାକୁ ଥିବା ବେଳେ ୩ ଟି ଟ୍ରେନ୍ ଆଂଶିକ ବାତିଲ ରହିବ ।

ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୦୮୩୧୭/୦୮୩୧୮ ସମ୍ବଲପୁର-ଜୁନାଗଡ଼ ରୋଡ୍‌-ସମ୍ବଲପୁର ପାସେଞ୍ଜର ବିଶେଷ ଟ୍ରେନ ସମ୍ବଲପୁର ଠାରୁ ୨୨ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଏବଂ ଜୁନଗଡ଼ ରୋଡରୁ ୨୩ ସେପ୍ଟେମ୍ବର ରୁ ୧ ଅକ୍ଟୋବର ମଧ୍ୟରେ ବାତିଲ ରହିବ । ୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ପାସେଞ୍ଜର ବିଶେଷ ଟ୍ରେନ ଟିଟିଲାଗଡ ଠାରୁ ୨୩ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏବଂ ବିଳାସପୁରରୁ ୨୨ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ବାତିଲ ରହିବ ।୦୮୨୭୭/୦୮୨୭୮ ଟିଟିଲାଗଡ-ରାୟପୁର-ଟିଟିଲାଗଡ ସ୍ପେଶାଲ ଟିଟିଲାଗଡରୁ ୨୨ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଏବଂ ରାୟପୁରରୁ ୨୩ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ବାତିଲ ରହିବ । ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ ୨୩ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ ।ସେହିପରି ୨୦୮୦୯/୨୦୮୧୦ ସମ୍ବଲପୁର-ନନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ ସମ୍ବଲପୁର ଠାରୁ ୨୩ ଓ ୨୫ ସେପ୍ଟେମ୍ବର ରେ ଏବଂ ନନ୍ଦେଡ଼ ଠାରୁ ୨୪ ଏବଂ ୨୬ ସେପ୍ଟେମ୍ବରରେ ବାତିଲ ରହିବ । ୧୮୧୮୯/୧୮୧୯୦ ଟାଟା-ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସ ଟାଟା ଠାରୁ ୨୫ ଏବଂ ୨୯ ସେପ୍ଟେମ୍ବରରେ ଏବଂ ଏର୍ଣ୍ଣାକୁଲମ ଠାରୁ ୨୫ ଏବଂ ୨୮ ସେପ୍ଟେମ୍ବରରେ ବାତିଲ ରହିବ ।
ସେହିପରି ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସୁପର ଫାଷ୍ଟ ଇଂଟର ସିଟି ଏକ୍ସପ୍ରେସ ୨୩ ରୁ ୩୦ ସେପ୍େଟମ୍ବର ପର୍ଯ୍ୟନ୍ତ ,୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ ୨୨ ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏବଂ ଜଗଦଳପୁରରୁ ୨୩ ସେପ୍ଟେମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ଏବଂ ୧୨୮୭୧ ଓ ୨୨୮୬୧/୧୨୮୭୨ ଓ ୨୨୮୬୨ ହାଓଡ଼ା-ଟିଟିଲାଗଡ / କାଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ହାଓଡ଼ା ଠାରୁ ୨୩ ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏବଂ ଟିଟିଲାଗଡ / କଂଟାବାଞ୍ଜୀ ଠାରୁ ୨୪ ସେପ୍ଟେମ୍ବର ରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ଆଂଶିକ ବାତିଲ ରହିବ ।

ଏହା ବ୍ୟତୀତ୧୨୩୭୫/୧୨୩୭୬ ତାମ୍ବରମ୍‌-ଜସିଡିହ-ତାମ୍ବରମ୍ ଏକ୍ସପ୍ରେସ ୨୪ ସେପ୍ଟେମ୍ବରରେ ତାମ୍ବରମରୁ ଏବଂ ୨୮ ସେପ୍ଟେମ୍ବରରେ ଜସିଡିହରୁ ବିଜୟନଗରମ-ରାୟଗଡା-ଟିଟିଲାଗଡ-ସମ୍ବଲପୁର ମାର୍ଗ ପରିବର୍ତେ ବିଜୟନଗରମ-ଖୋର୍ଦ୍ଧା ରୋଡ୍‌-ନରାଜ-ଅନୁଗୁଳ ଓ ସମ୍ବଲପୁର ମାର୍ଗଦେଇ ଚଳାଚଳ କରିବ । ଏହା ବ୍ୟତୀତ, ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ ୧୯ ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ କପିଲାସ ରୋଡ ଓ ନିର୍ଗୁଣ୍ଡି ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟକ୍ଷମ ଜନିତ ନନ -ଇଂଟର ଲକିଙ୍ଗ କାର୍ଯ୍ୟ ପାଇଁ ବାତିଲ ରହିବ ।

Exit mobile version