Site icon ଆଜିକାଲି

ରାଜ୍ୟରେ ୬୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୬ ଜଣ ପଜିଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି।

ବାଲେଶ୍ବର ଜିଲ୍ଲାରୁ ୨, ବଲାଙ୍ଗୀରରୁ ୧, କଟକରୁ ୧୨ , ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୧, କଳାହାଣ୍ଡିରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୧୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୩ , ନବରଙ୍ଗପୁରରୁ ୩, ନୂଆପଡ଼ାରୁ ୩ , ପୁରୀରୁ ୪, ରାୟଗଡ଼ାରୁ ୧, ସମ୍ବଲପୁରରୁ ୨ , ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୫ ରହିଛି।

Exit mobile version