Site icon ଆଜିକାଲି

କାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା, ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଉଚ୍ଚଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା। ପରୀକ୍ଷା ସୁରୁଖୁରୁରେ ହେବା ନେଇ ଅନିଶ୍ଚିତତା ଦୂର ହୋଇଛି । କାରଣ ଆନ୍ଦୋଳନରତ କଲେଜ ଶିକ୍ଷକମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିବା ପାଇଁ ରାଜି ହୋଇଥିବା ଜଣାପଡିଛି।

ଚଳିତବର୍ଷ ୩ ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧ ହଜାର ୧୪୫ ପରୀକ୍ଷା କେନ୍ଦ୍ର କରାଯାଇଛି। ଦୁଇ ବର୍ଷ ପରେ ଏଥର ୧୦୦ ପ୍ରତିଶତ ପାଠ୍ୟକ୍ରମର ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Exit mobile version