Site icon ଆଜିକାଲି

କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ୬୯ ତମ ବାର୍ଷିକ ସାଧାରଣ ସଭା ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ

କେନ୍ଦୁଝର,  ତା.୨୯/୦୯/୨୦୨୩ ରିଖ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ୬୯ ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ଶ୍ରୀ କାନନ ବିହାରୀ ପହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସଭାପତି ଶ୍ରୀଯୁକ୍ତ ପହି ତାଙ୍କ ବକ୍ତବ୍ୟରେ ଉକ୍ତ ବ୍ୟାଙ୍କ୍ ୧୯୫୦ ମସିହାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରି ରାଜ୍ୟରେ ଏକ ଅଗ୍ରଣୀ ସମବାୟ ବ୍ୟାଙ୍କ୍ ରୂପେ କିପରି ପ୍ରତିଷ୍ଠିତ ହୋଇଛି । ଡା.୩୧।୦୩।୨୦୨୩ ସୁଦ୍ଧା ବ୍ୟାଙ୍କର ଅଂଶଧନ ଟ.୬୨୩୩.୨୬ ଲକ୍ଷ, ଜମା ଟ.୬୫୭୩୭,୩୦ ଲକ୍ଷ, କାର୍ଯ୍ୟକାରୀ ମୂଳଧନ ଟ.୧୨୭ ୩୦୮.୭୧ ଲକ୍ଷ, ନିଜସ୍ବ ପାଣ୍ଠି ଟ.୯୧୬୭.୮୬ ଲକ୍ଷ ଏବଂ ଚଳିତ ବର୍ଷ ନେଟ୍ ପ୍ରଫିଟ ଟ.୨୮୫.୪୩ ଲକ୍ଷ ହୋଇଅଛି। ଜମା ଅନୁପାତ ଅନୁଯାୟୀ ଚାଷୀଙ୍କୁ ଟ.୫୬୮.୬୬ ଲକ୍ଷ ଋଣ ଦିଆଯାଇଅଛି। ଅପରପକ୍ଷରେ ରାଜ୍ୟ ସମବାୟ ବ୍ୟାଙ୍କ୍ ମାଧ୍ଯମରେ ନାବାର୍ଡଠାରୁ ଟ.୩୫୭.୯୪ ଲକ୍ଷ ଟଙ୍କା ଋଣ ଗ୍ରହଣ କରିଛନ୍ତି । ରାଜ୍ୟ ସମବାୟ ବ୍ୟାଙ୍କ୍, ଅନ୍ୟାନ୍ୟ ବ୍ୟବସାୟିକ ବ୍ୟାଙ୍କ ସରକାରୀ ବଣ୍ଡରେ ମୋଟ ଟ.୬୦୫.୨୦ ଲକ୍ଷ ଗଚ୍ଛିତ ଅଛି। ସଭାପତି ତାଙ୍କ ବକ୍ତବ୍ୟ ମାଧ୍ୟମରେ ବ୍ୟାଙ୍କର କାର୍ଯ୍ୟକାରୀ ମୂଳଧନ ୩୧।୦୩।୨୦୨୪ ସୁଦ୍ଧା ୧୫୦୦ କୋଟି ଟଙ୍କାରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖୁଛନ୍ତି । ପୁନଶ୍ଚ ସଭାପତି ତାଙ୍କ ବକ୍ତବ୍ୟରେ ପ୍ରକାଶ କଲେ ଯେ ଓଡ଼ିଶା ସରକାର ଚାଷୀ ମାନଙ୍କର ଉନ୍ନତି ପରିପକ୍ଷେ ଆମ ଜିଲ୍ଲାର ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧରେ ତଥା ଏକ ଲକ୍ଷରୁ ତିନି ଲକ୍ଷ କୃଷି ଋଣ ଶତକଡା ୨ ହାରରେ ଋଣ ପ୍ରଦାନ କରାଯାଉଅଛି। ବିଭିନ୍ନ ଚାଷ ଉପକରଣ, ପଶୁପାଳନ, ମତ୍ସ୍ୟ ଚାଷ ଇତ୍ୟାଦି ଋଣ ଉପରେ ସରକାରୀ ସବସିଡି ଦିଆଯାଇ ଋଣ ପ୍ରଦାନ କରାଯାଉଅଛି । SHG ଗୁରୁପକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ, SHG ମହିଳା ମାନଙ୍କୁ ସ୍କୁଟି ଋଣ ଯୋଜନା ରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ ପ୍ରଦାନ ଏବଂ ମୋ ଘର ଯୋଜନାରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଅଛି । ୬୧୦ ଆବେଦନକାରୀଙ୍କ ମଧ୍ୟରୁ ୪୮୪ ଜଣଙ୍କୁ ସ୍କୁଟି ଋଣ ମଞ୍ଜୁରୀ ଏବଂ ମୋ ଘର ଯୋଜନାରେ ୫ଜଣଙ୍କୁ ଋଣ ମଞ୍ଜୁରୀ କରାଯାଇଅଛି । ବିଭିନ୍ନ ପ୍ରକାର ସମବାୟ ଯୋଜନାକୁ ସୁବିଧାରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲାର ଥିବା ୪୬ PACS/LAMPCS କୁ ପୁନର୍ଗଠନ କରାଯାଇ ୧୩୬ PACS/LAMPCS କରାଯାଇଅଛି । ବ୍ୟାଙ୍କ୍ ର ଜମାକାରୀ ମାନଙ୍କୁ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ ସେବା ଯୋଗାଇବା ସହିତ ବିଭିନ୍ନ ପ୍ରକାରର ଋଣ ପ୍ରଦାନ କରାଯାଉଅଛି । ସଭାପତି ତାଙ୍କ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କଲେ ଯେ ଚଳିତ ବର୍ଷ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ତଥା ଘଟଗାଁ ଶାଖା ପାଇଁ ୨ଗୋଟି ନୂତନ ଘର ତିଆରି କରିବା ପାଇଁ ସରକାରଙ୍କ ଅନୁମୋଦନ ମିଳିଛି ଏବଂ ଯୋଡ଼ା, ଝୁମ୍ପୁରା, ହରିଚନ୍ଦନପୁର ଓ ସାହାରପଡ଼ା କାର୍ଯ୍ୟାଳୟର ନବୀକରଣ ପାଇଁ ବ୍ୟାକ୍ ନିଷ୍ପତି ନେଇଛି । ସର୍ବୋପରି ଚଳିତ ବର୍ଷ ଜିଲ୍ଲାର ୮ ଗୋଟି ପ୍ରାଥମିକ ସମବାୟ ସମିତିର ଭିତ୍ତିଭୂମି ଉନ୍ନତି ନିମନ୍ତେ ୫ଲକ୍ଷ ଟଙ୍କା ଲେଖାଏଁ ବ୍ୟାଙ୍କ୍ ତରଫରୁ ଆର୍ଥିକ ସାହାର୍ଯ୍ୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି ଯାହାକି ରାଜ୍ୟରେ ଏକ ଅଭିନବ ଉଦାହରଣ । ଉକ୍ତ ସଭାରେ ଅତିଥ୍‌ ଭାବେ ଶ୍ରୀମତୀ ରଶ୍ମି ରେଖା ଚକ୍ର ଉପସଭାପତି, ଶ୍ରୀଯୁକ୍ତ ଦେବପ୍ରିୟ ପାତ୍ର ନିର୍ଦ୍ଦେଶକ, ଏବଂ ଶ୍ରୀଯୁକ୍ତ ମାଧବ ସର୍ଦ୍ଦାର ପୂର୍ବତନ ସାଂସଦ, DRCS କେନ୍ଦୁଝର, ARCS କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ, AAGCS, କେନ୍ଦୁଝର, DDM, NABARD ଉପସ୍ଥିତ ରହି ସଭାକୁ ସମ୍ବୋଧିତ କରିଥିଲେ ।

ପରିଶେଷରେ ବରିଷ୍ଠ ପରିଚାଳକ ଆଲୋକ ବଳ ସଭାରେ ଉପସ୍ଥିତ ସମସ୍ତ ଅଂଶୀଦାର, ଅତିଥି କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version