Site icon ଆଜିକାଲି

ବ୍ରହ୍ମପୁରରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ !

ବ୍ରହ୍ମପୁର : ବ୍ରହ୍ମପୁରରେ ଥମୁନି ରାଗିଂ । ପୁଣି ରାଗିଂ ନେଇ ଆସିଲା ଅଭିଯୋଗ । ଏଥର କିନ୍ତୁ କୌଣସି କଲେଜ ନୁହେଁ ଘରୋଇ ସ୍କୁଲରୁ ରାଗିଂ ହୋଇଥିବା ଜଣାପଡ଼ିଛି ।

ଏକ ଘରୋଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ କେତେକ ସିନିୟର ଛାତ୍ର ମାଡ଼ ମାରିଥିବା ନେଇ ପରିବାରବର୍ଗଙ୍କ ପକ୍ଷରୁ ଗୋଶାଣୀ ନୂଆ ଗାଁ ଥାନାରେ ଅଭିଯୋଗ ହୋଇଛି । ସ୍କୁଲର ୮ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୭ ଜଣ ନାବାଳକ ହୋଇଥିବା ବେଳେ ଜଣେ ସାବାଳକ ଥିବାର ଜଣାପଡ଼ିଛି । ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି । ଆଇନ୍ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।

Exit mobile version