Site icon ଆଜିକାଲି

ମହାନଦୀରେ ଡଙ୍ଗାବୁଡ଼ି ଘଟଣା: ୭ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ରେମତା ପଞ୍ଚାୟତର ଶରଧା ନଦୀଘାଟ ନିକଟରେ ଡଙ୍ଗା ଓଲଟି ଗତକାଲି ଜଣେ ପ୍ରାଣ ହରାଇଥିବା ବେଳେ ୭ଜଣ ନିଖୋଜଥିଲେ। ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମୋଟ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ୬ଜଣଙ୍କ ମୃତତେହ ଉଦ୍ଧାର କରାଯାଇଛି। ୬ ମୃତକଙ୍କ ମଧ୍ୟରେ ୨ ଜଣ ୭ ବର୍ଷର ନାବାଳକ ରହିଥିବା ବେଳେ ଜଣେ ୮ ବର୍ଷର ନାବାଳକ ରହିଛନ୍ତି । ସେହିପରି ଦୁଇ ଜଣ ମହିଳା ଓ ଜଣେ ବୃଦ୍ଧ ରହିଛନ୍ତି।

ମୃତ ୩ ନାବାଳକ ହେଲେ ପିକେଶ୍ବର ରାଠିଆ (୭), ନବୀନ ରାଠିଆ (୭) ଓ କୁନାଲ ରାଠିଆ (୮)। ମହିଳାଙ୍କ ନାଁ ଲଷ୍ମୀନ ରାଠିଆ (୩୬) ଓ ରାଧିକା ରାଠିଆ (୩୫)ହୋଇଥିବାବେଳେ ବଦ୍ଧକଙ୍କ ନାଁ ତେରଷବାଇ ରାଠିଆ (୬୦) ବୋଲି ଜଣାପଡ଼ିଛି।

Exit mobile version