Site icon ଆଜିକାଲି

ନକଲି ଗହଣା ବନ୍ଧକ ଦେଇ ୭୦ ଲକ୍ଷ ଟଙ୍କା ଠକେଇ; ସ୍ବର୍ଣ୍ଣକାର ସମେତ ୭ ଗିରଫ

ବାଲେଶ୍ଵର : ନକଲି ସୁନା ଗହଣା ବନ୍ଧକ ରଖି ସାତ ଜଣ ବ୍ୟକ୍ତି ସତୁରି ଲକ୍ଷ ଟଙ୍କା ର ଋଣ ବାଲେଶ୍ଵର ସହର ର ସେଣ୍ଟ୍ରାକ ବ୍ୟାଙ୍କଅଫ ଇଣ୍ଡିଆ ରୁ ଋଣ ନେଇଥିଲେ । ଏକଥା ବ୍ୟାଙ୍କ ର ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ରୁ ଆସି ଅଡିଟ କଲା ପରେ ବ୍ୟାଙ୍କ ମ୍ୟାନେଜର ଚଳିତ ମାସ ଦଶ ତାରିଖ ରାତିରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏସପି ସାଗରିକା ନାଥ ଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ପକ୍ଷରୁ ୨୧୩ଏତଲା ମୂଳେ ଆଇ ପିସି ର ଧାରା ୪୨୦, ୪୦୬, ୪୦୯ ଓ ୩୪ ଧାରା ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ପୋଲିସ ଉକ୍ତ ବ୍ୟଙ୍କ ର ଅଧିକୃତ ଅଳଂକାର ଦୋକାନୀ କୁ ରେମୁଣା ଥାନା ଅନ୍ତର୍ଗତ ମାଧି ପୁର ରୁ ଉଠାଇ ଜାଣି ଜେରା କରିବା ପରେ ଅସଲ ରହସ୍ୟ ଜଣା ପଡିଥିଲା । ଉକ୍ତ ଗହଣା ଦୋକାନୀ ସହ ମିଶି ଋଣୀ ମାନେ ୨୭୩୧.୦୯ଗ୍ରାମ ର ନକଲି ସୁନା ଅଳଙ୍କାର ବନ୍ଧା ରଖି ୬୯,୬୮୫,୦୭ଟଙ୍କା ଋଣ ନେଇଥିବା ଜଣା ପଡିଥିଲା । ପୋଲିସ ଋଣ ନେଇଥିବା ୬ ‘ଜଣ ଙ୍କୁ ମଧ୍ୟ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଆଜି ଅପରାହ୍ନ ରେ ଟାଉନ ଥାନାରେ ସିଟି ଡି ଏସ ପି ଗାୟତ୍ରୀ ବାଳା ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଈ କହିଥିଲେକି, ସମ୍ପୃକ୍ତ ଅଳଂକାର ଦୋକାନୀ ଙ୍କ ବିରୋଧ ରେ ରେମୁଣା ଓ ଶିଳ୍ପାଞ୍ଚଳ ଥାନାରେ ସମାନ ଅଭିଯୋଗ ରେ ମାମଲା ରହିଛି । ଏହି ସ୍ବର୍ଣ୍ଣକାର ଋଣୀ ମାନଙ୍କୁ ଋଣ କରାଇ ଦେବାର ଲୋଭ ଦେଖାଇ ବ୍ୟାଙ୍କ ଗୁଡିକୁ ବିଶ୍ୱାସ ରେ ବିଷ ଦେଇଆସୁଥିଲା । ଆଜିର ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ର ଭାର ପ୍ରାପ୍ତ ଆଇ ଆଇ ସି ଶାଶ ଧର ସେଠୀଓ ତଦନ୍ତକାରୀ ଅଧିକାରୀ ସବ ଇନିସ୍ପେକ୍ଟର ପ୍ରଶାନ୍ତ କୁମାର ପାଣି ଉପସ୍ଥିତ ଥିଲେ । ତେବେ ପୋଲିସ ନକଲି ଗହଣା ଓ ଆସାମୀଙ୍କ ଠାରୁ କୌଣସି ଜିନିଷ, ପାସ ବୁକ ଜବତ କରିନାହିଁ. ଏହି ଘଟଣା ର ତଦନ୍ତ ଜାରି ରହିଛି ବୋଲି ସିଟି ଡି ଏସ ପି ଗାୟତ୍ରୀ ବାଳା ପ୍ରଧାନ ସୂଚନା ଦେଇଛନ୍ତି ।

Exit mobile version