Site icon ଆଜିକାଲି

ଶିମିଳିପାଳ ଅଞ୍ଚଳରୁ ୭୧ଟି ଦେଶୀ ବନ୍ଧୁକ ଜବତ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଶିକାରୀମାନଙ୍କ ଉତ୍ପାତରେ ଲଗାମ ଦେବା ପାଇଁ ଆରମ୍ଭ ହୋଇଛି ଅଭିଯାନ। କଡାକଡି କରାଯାଇଛି ସର୍ଚ୍ଚ ଅପରେସନ । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନରେ ୭୧ଟି ବନ୍ଧୁକ ଜବତ କରାଯାଇଛି । ବିଭିନ୍ନ ଥାନା ଅଞ୍ଚଳରେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଚ୍ଚ ଅପରେସନରେ ଏସବୁ ବନ୍ଧୁକ ମିଳିଛି।

କିଛି ଦିନ ତଳେ ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ପ୍ରାଣ ହରାଇଥିଲେ । ଏହା ପରେ ଶିମିଳିପାଳ ଅଭୟାରଣ୍ୟ ଭିତରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୬୫ ଦେଶୀ ବନ୍ଧୁକ ଜବତ କରାଯିବା ସହ ୨୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ପରେ ତିନି ପ୍ଲାଟୁନ ଫୋର୍ସ ମୃତୟନ କରାଯାଇ କମ୍ବିଂ ଅପରେସନ ଆରମ୍ଭ କରା ଯାଇଥିଲା।

ଏ ବର୍ଷ ମେ’ ମାସରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଜଣେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ଶିକାରୀମାନଙ୍କ ବିରୋଧରେ ଜୋରଦାର ଅଭିଯାନ ଚାଲିଛି ।

Exit mobile version