Site icon ଆଜିକାଲି

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩ ଦଶମିକ ୯୭ ପ୍ରତିଶତ ମତଦାନ, ଚୂଡାନ୍ତ ଭୋଟ୍ ହାରକୁ ଅପେକ୍ଷା

ଭୁବନେଶ୍ୱର – ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୭୩ ଦଶମିକ ୯୭ ପ୍ରତିଶତ ରହିଛି। ଗତକାଲି ରାତି ୧୧ଟା ୪୫ ପର୍ଯ୍ୟନ୍ତ ସଂଗୃହୀତ ରିପୋର୍ଟ ଭିତ୍ତିରେ ଇସିଆଇ ପକ୍ଷରୁ ଏହି ସୂଚନା ମିଳିଛି। ପୋଲିଂ ପାର୍ଟିର ରିପୋର୍ଟ ପରେ ଚୂଡାନ୍ତ ମତଦାନ ହାର ପ୍ରକାଶ ପାଇବ ।ବ୍ରହ୍ମପୁର ଲୋକସଭା ଆସନରେ ୬୩.୩୪ ପ୍ରତିଶତ, କଳାହାଣ୍ଡିରେ ୭୫.୭୧ ପ୍ରତିଶତ, ନବରଙ୍ଗପୁରରେ ୮୦.୨୨ ପ୍ରତିଶତ ଓ କୋରାପୁଟ- ୭୬.୯୮ ଭୋଟିଂ ହୋଇଥିବା ସୂଚନା ମିଳିଛି।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଚାରି ଲୋକସଭା ଆସନ ଓ ୨୮ ବିଧାନସଭା ଆସନରେ ମୋଟ ୨୮୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ଓଡିଶାରେ ଆଉ ତିନିଟି ପର୍ଯ୍ୟାୟ ମତଦାନ ହେବ । ଗତକାଲି ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଅଧୀନସ୍ଥ ବିଧାନସଭା କ୍ଷେତ୍ରରେ ମତଦାନ ହୋଇଥିଲା ।

Exit mobile version