Site icon ଆଜିକାଲି

ଚୋରାଚାଲାଣ ହେବାକୁ ଥିବା ୭୬୨ କିଲୋ ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲାରେ ପୁଣି ଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ମାଛକୁଣ୍ଡ ପୋଲିସ ଦ୍ୱାରା ୭୬୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଖିଲପୁଟ ଗାଁର ଜଣଙ୍କ ଘରୁ ୩୩ଟି ବସ୍ତାରୁ ଗଞ୍ଜେଇ ଜବତ କରିଛି ପୋଲିସ।

ଗଞ୍ଜେଇ ସବୁ ଆନ୍ଧ୍ରକୁ ଚୋରାଚାଲାଣ ପାଇଁ ରଖାଯାଇଥିଲା। ଚୋରାଚାଲାଣ ପୂର୍ବରୁ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । ତେବେ, ସଂପୃକ୍ତ ଘର ମାଲିକ ଫେରାର ହୋଇଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ।

Exit mobile version