Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୭ କରୋନା ପଜିଟିଭ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଚିହ୍ନଟ ହୋଇଛନ୍ତି ୭୯୭ ନୂଆ ପଜିଟିଭ । ଏମାନଙ୍କ ମଧ୍ୟରେ ୧୩୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୪୬୬ ଓ ସ୍ଥାନୀୟ ଅଞ୍ଚଳରୁ ୩୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୭୬, ଖୋର୍ଦ୍ଧାରୁ ୧୧୩, ସମ୍ବଲପୁରରୁ ୬୬, ମୟୂରଭଞ୍ଜରୁ ୬୭, କଟକରୁ ୨୧ , ବରଗଡ଼ରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବାଲେଶ୍ଵରରୁ ୮, ବରଗଡ଼ରୁ ୩୦, ଭଦ୍ରକରୁ ୭, ବଲାଙ୍ଗୀରରୁ ୨୮, ବୈ।ଦ୍ଧରୁ ୩୮ , ଦେବଗଡ଼ରୁ ୯, ଢେଙ୍କାନାଳରୁ ୩ , ଗଜପତିରୁ ୫, ଜଗତସିଂହପୁରରୁ ୧ , ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୧୯ , କଳାହାଣ୍ଡିରୁ ୩୭ , କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୫ , କେନ୍ଦୁଝରରୁ ୧୩, କୋରାପୁଟରୁ ୪, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୭ , ନୂଆପଡ଼ାରୁ ୧୧ , ପୁରୀରୁ ୧ , ରାୟଗଡ଼ାରୁ ୧୧ , ସୋନପୁରରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୨୭ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୬ ହଜାର ୭୩୨ ସକ୍ରିୟ ମାମଲା ରହିଛି।

Exit mobile version